Description: ଲଣ୍ଡନରେ ଥିବାବେଳେ ଛାତ୍ର, ଶିକ୍ଷକ, ସାଥୀ, ଶୁଭେଚ୍ଛୁ ଅନେକଙ୍କଠାରୁ ଚିଠି ପାଉଥିଲି, "ଆପଣ ଆଉ ଲେଖନ୍ତୁ, ବିଲାତ କଥା ବେଶୀ କରି ଜଣାନ୍ତୁ"; ସୁଖୀ ହୁଏ । କାମ କରି କରି ଚିଟା ଲାଗିଲେ ଏଠି ସେଠି ବସି ଯା' ଆଖିକୁ ଦିଶେ, ଯା' ଅନୁଭୂତିରେ ଆସେ ଲେଖି ଦେଉଥିଲି । କେତେବେଳେ ଗଛ ମୂଳରେ କେତେବେଳେ ପାର୍କ ପଡ଼ିଆରେ, କେବେ ଲାବୋରେଟୋରୀରେ; କେବେ ଅବା ଶନିବାରର ସନ୍ଧ୍ୟା ବିଛଣା ପରେ । ତହିଁରେ ମନ ମେଣ୍ଟିବା ସଙ୍ଗେ ଅବସାଦ ବି ମେଣ୍ଟି ଯାଉଥିଲା । ଯା' ଅଙ୍ଗେ ଲିଭାଇଛି, ଲେଖିଛି । ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ, ନିଜର । ଏହା ବିଲାତ ଜୀବନର 'ବେଦଗାର' ନୁହେଁ, ଜଣକର ଅନୁଭୂତି ମାତ୍ର । ବିଲାତ ଛଡ଼ା ଫ୍ରାନ୍]ସ ବିଷୟରେ ଏଥିରେ ଦୁଇଚାରି କଥା ମଧ୍ୟ ଅଛି । ଘରକୁ ଫେରି ଅନେକଙ୍କଠୁ ଶୁଣିଲି, "ଏକାଠି କରି ଦିଅନ୍ତୁ, ପ୍ରଜାତନ୍ତ୍ରରୁ ଆପଣଙ୍କ ଲେଖା ଆମେ ଅନେକଟା ପଢ଼ିଛୁ ।" ଯେତେ ଯିଏ ପ୍ରେରଣା ଦେଇଛନ୍ତି, ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ; ଓଡ଼ିଶାର ସୁପରିଚିତ ଲେଖକ ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ନିକଟରେ ବେଶୀ । ବାରମ୍ବାର ଲେଖିବା ପାଇଁ ସେ ବରାବର ମୋତେ ସସ୍ନେହ ପ୍ରେରଣା ଦେଇଛନ୍ତି । ପ୍ରକାଶ ଓ ପ୍ରଚାର ପାଇଁ 'ପ୍ରଜାତନ୍ତ୍ର'ଙ୍କୁ ଧନ୍ୟବାଦ । ଘରେ ଲେଖାର କପି ନପାଇ ହତାଶ ହେଲି । ମାତ୍ର ଦୁନିଆରେ ସହାୟତାର ଅଭାବ ନାହିଁ ବୋଧହୁଏ । ବିଲାତ ଫେରନ୍ତା ପ୍ରାଣୀତତ୍ତ୍ୱବିତ୍ ଅଧ୍ୟାପକ ବନ୍ଧୁ ଡାକ୍ତର ବସନ୍ତକୁମାର ବେହୁରା ଓ ରେଭେନ୍]ସା କଲେଜ ଛାତ୍ର ଶ୍ରୀ ପ୍ରଫୁଲ୍ଲକୁମାର ବେହୁରା ଅଧିକାଂଶ କପି ଯୋଗାଇ ଦେଇ ପାରିଥିଲେ । ତା ଛଡ଼ା ସମସ୍ତ ଲେଖାର ପାଣ୍ଡୁଲିପି କରି ଦେବାରେ ଗଙ୍ଗାଧର ମେହେର କଲେଜର ପ୍ରଥମ ବାର୍ଷିକ କଳା ଛାତ୍ର ଶ୍ରୀ ରମେଶଚନ୍ଦ୍ର ଧଳ ବଡ଼ ସହାୟତା କରିଥିବାରୁ ତାଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଯେଉଁ କେତେକ ଲେଖା ମିଳିବ ନାହିଁ ବୋଲି ମୁଁ ଏକାନ୍ତ ହତାଶ ହୋଇ ପଡ଼ିଥିଲି ତାହା ମୋର ଜଣେ ପୁରାତନ ସମ୍ବଲପୁରୀ ଛାତ୍ର ଶ୍ରୀ ସୀତାରାମ ଦାଶ ଓ ଲଇତା ନିବାସୀ ଅନ୍ୟତମ ବନ୍ଧୁ ଶ୍ରୀ ନନ୍ଦକିଶୋର ପଟେଲ ଯୋଗାଇ ଦେଇଥିବାରୁ ଏ ବହି ଲେଖା ସଂପୂର୍ଣ୍ଣ ହୋଇ ପାରିଛି । ମୁଁ ସେମାନଙ୍କ ନିକଟରେ ଚିରଋଣୀ । -ଲେଖକ
Price: 45.75 AUD
Location: Hillsdale, NSW
End Time: 2025-02-07T23:42:57.000Z
Shipping Cost: 30.78 AUD
Product Images
Item Specifics
Return shipping will be paid by: Buyer
Returns Accepted: Returns Accepted
Item must be returned within: 60 Days
Return policy details:
EAN: 9781645604945
UPC: 9781645604945
ISBN: 9781645604945
MPN: N/A
Format: Paperback, 156 pages
Author: Dhal, Golok Bihari
Book Title: London Chithi [Oriya] by Dhal, Golok Bihari [Paper
Item Height: 0.9 cm
Item Length: 21.6 cm
Item Weight: 0.2 kg
Item Width: 14 cm
Language: Ori
Publisher: BLACK EAGLE BOOKS